This browser does not support the video element.
ଜୟପୁର: ବିସିଂପୁର ଥାନା ଅନ୍ତର୍ଗତ ମୁଣ୍ଡାଗୁଡା ରେ ଅବକାରୀ ବିଭାଗ ର ମିଳିତ ଚଢାଉ, ଜଣେ ଗିରଫ
Jeypore, Koraput | Sep 13, 2025
ଜିଲାପାଳ ଓ ଅବକାରି ଅଧିକ୍ଷକଙ୍କ ନିଦ୍ଦେଷ କ୍ରମେ ମିଳିତ ଭାବେ ଅବକାରି ଚଢାଉ କରାଯାଇଥିବା ନେଇ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଗଣ ମାଧ୍ୟ୍ୟମ କୁ ସୂଚନା ଦିଆଯାଇଛି । ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ, ଫ୍ଲାଇଙ୍ଗ ସ୍କାର୍ଡ ସେଟଲାଇଟ ୟୁନିଟ ସହ ବୋରିଗୁ୍ମ୍ମା ଥାନା ମିଳିତ ଭାବେ ଚଢାଉ କରିଥିଲେ । ବିସିଂପୁର ଥାନା ଅନ୍ତର୍ଗତ ମୁଣ୍ଡାଗୁଡା ରେ ଚଢାଉ କରିଥିଲେ । ଚଢାଉ କରି ଅଭିଯୁକ୍ତ ରମେଶ ବିଷୋୟୀ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ନକଲି ବିଦେଶି ମଦ, ବିଦେଶି ମଦ, ବିୟର ଜବତ କରିଛି । ଗିରଫ ଅଭିଯୁକ୍ତ କୁ ବୋରିଗୁମ୍ମା କୋର୍ଟ କୁ ଶନିବାର ଚାଲାଣ କରାଯାଇଛି l