Download Now Banner

This browser does not support the video element.

ଖୋର୍ଦ୍ଧା: ଖୋର୍ଦ୍ଧା ଷ୍ଟାଡିୟମ ପରିସରରେ ଶିଶୁ ମହୋତ୍ସବ “ଉତ୍ସାହ” ଉଦଘାଟିତ

Khordha, Khordha | Sep 12, 2025
ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନ (ସିସିଆଇ) ରେ ରହୁଥ‌ିବା ଅନ୍ତେବାସୀଙ୍କୁ ନେଇ କ୍ରିଡା ପ୍ରତିଯୋଗିତା, ଏକ ଶିଶୁ ମହୋତ୍ସବ “ଉତ୍ସାହ” କାର୍ଯକ୍ରମ ଶୁକ୍ରବାର ଉଦଘାଟିତ ହୋଇଯାଇଛି ।ଏହି ମହୋତ୍ସବ ରେ ପ୍ରାୟ ଦେଢ ଶହ ରୁ ଉର୍ଦ୍ଧ ଶିଶୁ ଯୋଗ ଦେଇ ବିଭିନ୍ନ ଖେଳ କୁଦ ରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । ପୂର୍ବାହ୍ନରେ ସ୍ଥାନୀୟ ଷ୍ଟାଡିଉମ ପରିସର ରେ ପିଲାମାନକ ମଧ୍ଯରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଯଥା ୧୦୦ ମିଟର ଦୌଡ,୨୦୦ ମିଟର ଦୌଡ, ଉଚ୍ଚ ଡିଆଁ ,ଲମ୍ୱ ଡିଆଁ, ଚେସ ଏବଂ କ୍ୟାରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us