This browser does not support the video element.
ସୋର: ମୂଳେଶ୍ୱର ଗ୍ରାମରେ ସାଇକେଲକୁ ନେଇ ଗଣ୍ଡଗୋଳ, ଥାନାରେ ଅଭିଯୋଗ
Soro, Balasore | Aug 23, 2025
ସୋର ପୌର ପାଳିକା ଅନ୍ତର୍ଗତ ମୂଳେଶ୍ୱର ଗ୍ରାମରେ ଏକ ସାଇକେଲକୁ ନେଇ ଗଣ୍ଡଗୋଳ ଘଟଣାରେ ଜଣେ ଯୁବକ ଗୁରୁତ୍ତର ଆହତ ହେବା ପରେ ଚିକିତ୍ସିତ ହୋଇ ସୋର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଏହି ଗ୍ରାମର ହେମନ୍ତ ମହାପାତ୍ରଙ୍କ ସାଇକେଲକୁ ତାଙ୍କ ସମ୍ପର୍କୀୟ ଆଣିଥିଲେ। ଗତ ୧୮ ତାରିଖ ଦିନ ଏହି ସାଇକେଲକୁ ନେଇ ହେମନ୍ତ ସହ ତାଙ୍କ ସମ୍ପର୍କୀୟଙ୍କ ଗଣ୍ଡଗୋ ଳ ହୋଇଥିଲା। ଫଳରେ ସମ୍ପର୍କୀୟଙ୍କ ଆକ୍ରମଣରେ ହେମନ୍ତଙ୍କ ମୁଣ୍ଡ ରେ ଗୁରୁତ୍ତର କ୍ଷତ ସୃଷ୍ଟି ହେବା ସହିତ ସେ ଗୁରୁତ୍ତର ଆହତ ହୋଇ ଥିଲେ। ଫଳରେ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ତାଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ।