This browser does not support the video element.
ମାଲକାନଗିରି: ମାଥିଲି ଠାରେ ସାର ଅଭାବକୁ ନେଇ ଚାଷୀଙ୍କ ରାସ୍ତାରୋକ, ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ସମାଜସେବୀ ଶରତ ବୁରୁଦା
Malkangiri, Malkangiri | Aug 23, 2025
ସାର ଅଭାବକୁ ନେଇ ମାଲକାନଗିରି ଜିଲ୍ଲା ମାଥିଲି ଠାରେ ରାଜପଥ ଅବରୋଧ କଲେ ଚାଷୀ। ମାଲକାନଗିରି ଜିଲ୍ଲାର ମାଥିଲି ନିକଟରେ ଆଜି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ଚାଷୀ। ସାର ଅଭାବରେ ଚାଷ କରିବା ଅସମ୍ଭବ ହୋଇପଡ଼ୁଥିବାରୁ ଚାଷୀମାନେ ରାସ୍ତାକୁ ଅବରୋଧ କରିଥିବା କୁହାଯାଉଛି। ସାର ବଣ୍ଟନ କରାଗଲେ ରାସ୍ତା ଅବରୋଧ ଉଠିବ ବୋଲି ଚାଷୀ ଦାବି କରିଛନ୍ତି। ଏହି ଅବରୋଧକୁ ବିଜେଡ଼ି ଏବଂ ଆଦିବାସୀ ମହାସଂଘ ସମର୍ଥନ ଦେଇଥିବାରୁ ଆନ୍ଦୋଳନର ତୀବ୍ରତା ଆହୁରି ବଢ଼ିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମାଜସେବୀ ଶରତ ବୁରୁଦା।