This browser does not support the video element.
ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ନିର୍ମାଣସ୍ଥଳ ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ
Orient, Jharsuguda | Sep 3, 2025
ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ନିର୍ମାଣସ୍ଥଳ ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ। ତେବେ ଆଜି ଦିନ ବାରଟା ସମୟରେ ଝାରସୁଗୁଡା ଜିଲ୍ଲାପାଳ ଝାଡେଶ୍ୱର ମନ୍ଦିରର ବିକାଶ ଉପଲକ୍ଷେ ଇକୋ ପାର୍କ ଓ ଜଳଭଣ୍ଡାର ବିକାଶ ପାଇଁ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ସହିତ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ରାମ ସେଡ୍ ନିର୍ମାଣ, ସରବାହାଲ ହାଇସ୍କୁଲ ପଡ଼ିଆରେ ପ୍ରାତଃ ଭ୍ରମଣ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା, ଶ୍ରୀପୁରା ସ୍ଥିତ ମିନି ସାନିଟେସନ ପାର୍କ ସହିତ ଝାରସୁଗୁଡା ପୌରପରିଷଦର ବିକାଶ ପାଇଁ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ଝାରସୁଗୁଡା ଜିଲ୍ଲାପାଳ