This browser does not support the video element.
ଜଗତସିଂହପୁର: ଏରସମା ହାଜିପୁର ମଙ୍ଗଳା ମନ୍ଦିରରୁ ଚୋରି ଘଟଣାରେ ଏରସମା ପୋଲିସର ତଦନ୍ତ
Jagatsinghapur, Jagatsinghpur | Sep 7, 2025
ଏରସମା ଥାନା ଅନ୍ତର୍ଗତ ହାଜିପୁର ମଙ୍ଗଳା ମନ୍ଦିରରୁ ଚୋରି ଘଟଣାରେ ପୋଲିସର ତଦନ୍ତ ଜାରି । ପୋଲିସ କୁକୁର ଜରିଆରେ ଛାନଭିନ ଆରମ୍ବ । ଆଜି ଦିନ ୧ ଘଟିକା ସମୟରେ ଏରସମା ପୋଲିସ ଦ୍ୱାରା ପୋଲିସ କୁକୁର ଜରିଆରେ ତଦନ୍ତ ଚାଲିଥିବାର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ବିଳମ୍ବିତ ରାତିରେ କେହି ଦୁବୁର୍ତ୍ତ ମନ୍ଦିର ଭିତରେ ପଶି ମାଙ୍କ ସୁନାଗହଣା ସହ ମନ୍ଦିରର ହାଣ୍ଡି, ଡେକଚି ଆଦି ସରଞ୍ଜାମ ଚୋରି କରିନେଇଛି । ପରେ ଆଜି ଏରସମା ଥାନାରେ ଅଭିଯୋଗ ପରେ ଏରସମା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ବ କରିଛି