This browser does not support the video element.
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁରରେ ୩୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି
Malkangiri, Malkangiri | Aug 27, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁରରେ ୩୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ଏକ ବଡ ସଫଳତା ହୋଇଥିବା ବେଳେ ମାଓ ଗଡ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ଉପରେ ମୋଟ ୮୧ ଲକ୍ଷ ଟଙ୍କା ପୁରସ୍କାର ଥିଲା। ସମସ୍ତ ୩୦ ମାଓବାଦୀଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ଏସପି ଡ.ଜିତେନ୍ଦ୍ର ୟାଦବ ପ୍ରକାଶ କରିଛନ୍ତି।