This browser does not support the video element.
ସୋର: ବଗଦା ଗ୍ରାମରେ ଡ୍ରେନ ନିର୍ମାଣକୁ କେନ୍ଦ୍ରକରି ଗଣ୍ଡଗୋଳ, ଜଣେ ଗୁରୁତ୍ତର, ଥାନାରେ ଅଭିଯୋଗ
Soro, Balasore | Aug 22, 2025
ସୋର ବ୍ଲକ କେଶରୀପୁର ପଞ୍ଚାୟତ ବଗଦା ଗ୍ରାମରେ ଡ୍ରେନ ନିର୍ମାଣକୁ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ କରିବା ଫଳରେ ଜଣେ ଯୁବକ ଗୁରୁତ୍ତର ଆହତ ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଶୁକ୍ରବାର ରାତିରେ ସୋର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଏହି ଗ୍ରାମର ଗୁଣାକାର ମଳିକଙ୍କ ଘର ସମ୍ମୁଖରେ ଡ୍ରେନ କାର୍ଯ୍ୟ ହେଉଥିଲା। କିନ୍ତୁ ଦୀର୍ଘଦିନ ଧରି ଠିକାଦାର ଉକ୍ତ କାମକୁ ଗୁଣାକାରଙ୍କ ଘର ସମ୍ମୁଖରେ ଅଧା କରି ରଖି ଦେଇଥିବାରୁ ସେ ଗତ ୨୦ ତାରିଖରେ ଠିକାଦାରଙ୍କ ନିକଟରେ ଅଭିଯୋଗ କରିବା ସହିତଏହି କାର୍ଯ୍ୟକୁ ଶେଷ କରିବା ପାଇଁ ଦାବୀ କରିଥିଲେ।