This browser does not support the video element.
ନୂଆପଡା: ମୁଣ୍ଡାଗାଁ ପୋଖରୀରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ NAC ଅଧ୍ୟକ୍ଷା ଡ ସୋନୀୟା ଜେନ
Nuapada, Nuapada | Aug 24, 2025
ଖରିଆର ରୋଡ୍ର NAC ଅନ୍ତର୍ଗତ ମୁଣ୍ଡାଗାଁ ପୋଖରୀ ପରିସରରେ ବିଦ୍ୟୁତ୍ ଖୁମ୍ଭ, ଆଲୋକ ସହିତ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟକଳାପର ସ୍ଥଳ ପରିଦର୍ଶନ କଲେ ଅଧ୍ୟକ୍ଷା ଡା. ସୋନିଆ ଜେନ୍। ପୋଖରୀ ପରିସରର ସୁନ୍ଦରୀକରଣ ଓ ଲୋକମାନଙ୍କ ପାଇଁ ଆଧୁନିକ ସୁବିଧା ସୃଷ୍ଟି କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାର ଫଳରେ ଖରିଆର ରୋଡ ନଗରବାସୀଙ୍କ ପାଇଁ ପରିବେଶ ସୁନ୍ଦର ହେବା ସହିତ ସନ୍ଧ୍ୟା ସମୟରେ ଆଲୋକିତ ପୋଖରୀ ପରିସର ପରିବାର ଓ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ସ୍ଥାନରୂପେ ପରିଣତି ହେବ। ବୋଲି ଅଧ୍ୟକ୍ଷା ଆଜି ରାତି ୯ଟା ସମୟ ରେ ସୂଚନା ଦେଇଛନ୍ତି