This browser does not support the video element.
ବରଗଡ: ନୂଆଁ ଧାନରେ ନୂଆଁଖାଇ ପର୍ବ ପାଳନ ନିମନ୍ତେ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରରେ ଜନ ସାଧାରଣଙ୍କୁ ପ୍ରଦାନ କରାଗଲା ନୂଆଁ ଧାନ
Bargarh, Bargarh (Baragarh) | Aug 28, 2025
ପଶ୍ଚିମ ଓଡିଶାର ସିଘା ତିହାର ନୁଆଁଖାଇ ଅବସରରେ ବରଗଡ଼ ସମଲେଶ୍ୱରୀ ମନ୍ଦିରରେ ନୂଆଧାନ ପ୍ରଦାନ | ଗୁରୁବାର ସକାଳ 10 ଘଣ୍ଟା ସମୟରେ ପଶ୍ଚିମ ଓଡିଶାର ସିଘା ତିହାର ନୁଆଁଖାଇ ଅବସରରେ ବରଗଡ଼ ସମଲେଶ୍ୱରୀ ମନ୍ଦିରରେ ନୂଆଧାନ ପ୍ରଦାନ କରାଯାଇଛି | ନୂଆଁ ଧାନ ସହ ନୂଆ ଆଶା ,ପ୍ରେମ ଭାତୃତ୍ୱ ତଥା ଆନନ୍ଦ ଉତ୍ସାହ ନେଇ ଆସିଥିବା ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବି ମା ସମଲେଶ୍ୱରୀଙ୍କ ଠାରେ ଲଗ୍ନ ଲାଗିଯାଇଛି | ଏହି ଅବସରରେ ନୂଆଧାନ ପ୍ରଦାନ କରାଯାଇଛି | ଏହି ନୂଆଧାନକୁ ନେଇ ଜନସାଧାରଣ ନୁଆଁଖାଇ ପାଳନ କରିବେ |