Download Now Banner

This browser does not support the video element.

ସୋନପୁର: ଜିଲ୍ଲା କୋର୍ଟ ପରିସରରେ ଆଜି ତୃତୀୟ ଲୋକ ଅଦାଲତ ଆୟୋଜିତ ହୋଇ ଯାଇଛି

Sonapur, Subarnapur (Sonepur) | Sep 13, 2025
ସୁବର୍ଣ୍ଣପୁର ଜିଲ୍ଲା କୋର୍ଟ ପରିସରରେ ଆଜି ତୃତୀୟ ଲୋକ ଅଦାଲତ ଆୟୋଜିତ ହୋଇ ଯାଇଛି।ଜିଲ୍ଲା ଜଜ ତଥା ଡାଳସା ଅଧ୍ୟକ୍ଷ ଧନୁର୍ଦ୍ଧର ସେନାପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଲୋକ ଅଦାଲତ ଶିବିରରେ ଜିଲ୍ଲା ଜଜଙ୍କ ସମେତ ୧୦ ଜଣ ବିଚାରପତି ଓ ପାଞ୍ଚ ଜଣ ଓକିଲ ଯୋଗ ଦେଇଥିଲେ।୧୧ ଜଣ ଡାଳସା କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି ଲୋକ ଅଦାଲତରେ ୩୪୭୦ ବ୍ୟାଙ୍କ ସମ୍ପର୍କିତ ମାମଲା ,୨୯୮ ଗୋଟି ବିଦ୍ୟୁତ ମାମଲା ଓ ୨୫୦ଗୋଟି ପରିବହନ ମାମଲା ରହିଥିଲା । ଏହି ବାବଦକୁ ମୋଟ ୭୭,୦୧,୫୫୪ ଟଙ୍କା ସେଟେଲମେଣ୍ଟ ରାଶି ସଂଗ୍ରହ କରାଯାଇଥିଲା।ଗଛିତ ମାମଲା ସବୁ ପରବର୍ତ୍ତୀ ଲୋକ ଅଦାଲତରେ ଫଇସଲା କରାଯିବ
Read More News
T & CPrivacy PolicyContact Us