This browser does not support the video element.
ରାୟଗଡା: ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁବ ରେଡ୍ କ୍ରସ ରାୟଗଡା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ-୨୦୨୫ ଅନୁଷ୍ଟିତ
Rayagada, Rayagada | Sep 12, 2025
ୟୁଥ୍ ରେଡ୍ କ୍ରସ୍ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ-୨୦୨୫ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତି ଶ୍ରୀ ନବୀନ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ, ଯୁବ ରେଡ୍ କ୍ରସ ମାଧ୍ୟମରେ ଯୁବପୀଢ଼ୀଙ୍କୁ ସମାଜସେବା, ମାନବିକତା, ସଚେତନତା ଓ ନୈତିକ ମୂଲ୍ୟବୋଧରେ ଅଗ୍ରଣୀ ଭୂମିକା ନେବାକୁ ଉତ୍ସାହିତ କରିଥିଲେ । ସେ କହିଥିଲେ ଯେ, "ଆଜିର ଯୁବଗୋଷ୍ଠୀ କେବଳ ଶିକ୍ଷାରେ ନୁହେଁ, ସମାଜର ସମସ୍ୟା ପ୍ରତି ସଚେତନ ହୋଇ ସହାୟତାର ହାତ ବଢ଼ାଇବା ଉଚିତ୍ ।