This browser does not support the video element.
ଉମରକୋଟ: ପୂଜା ମଣ୍ଡପ ନିକଟରେ ବାଇକ୍ ରେ ଲାଗିଲା ନିଆଁ, ଅଳ୍ପେକେ ବର୍ତ୍ତିଲେ ଚାଳକ
Umarkote, Nabarangpur | Oct 1, 2025
ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୁଲିପାଟଣା ସାହି "କଳିଙ୍ଗ କଳା ସାଂସ୍କୃତିକ ଯୁବ ପରିଷଦ" ଦୁର୍ଗା ପୂଜା ମଣ୍ଡପ ନିକଟ ରେ ଏକ ବାଇକ୍ ରେ ହଠାତ୍ ନିଆଁ ଲାଗଯାଇଥିଲା। ବାଇକ୍ ଚାଳକ ଜଣକ ମାଁ ଙ୍କୁ ଦର୍ଶନ ସାରି ଫେରିବା ସମୟ ରେ ବାଇକ୍ (CG 05N-2951) ରେ ବସି ବାଇକ୍ ଷ୍ଟାର୍ଟ କରିବା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ବାଇକ୍ ଚାଳକ ବାଇକ୍ ରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ । ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ବାଇକ୍ ଚାଳକ । ପରେ ପୂଜା କମିଟିର ସଦସ୍ୟ ମାନେ ପାଣି ସ୍ପ୍ରେ କରି ନିଆଁ ଲିଭାଇଥିଲେ । ଫଳରେ ଏକ ଅଘଟଣ କୁ ଏଡ଼ାଇ ଦିଆଯାଇପାରିଲା ।