This browser does not support the video element.
ଢେଙ୍କାନାଳ ସଦର: କଣ୍ଟାନାଳୀ ବାଇପାସ ନିକଟ ଦୃଷ୍ଟିହୀନ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ ଘଟଣା, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ
Dhenkanal Sadar, Dhenkanal | Sep 12, 2025
ଢେଙ୍କାନାଳ ସହର ପାର୍ଶ୍ଵବର୍ତ୍ତୀ କଣ୍ଟାନାଳୀ ବାଇପାସ ନିକଟରେ ଥିବା ଅକ୍ଷମ କଲ୍ୟାଣ ସମିତି ପରିଚାଳିତ ଦୃଷ୍ଟିହୀନ ବିଦ୍ୟାଳୟରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ସେହି ବିଦ୍ୟାଳୟର କୋଷାଧ୍ୟକ୍ଷ ମଳୟ ପାଣିଗ୍ରାହୀ ମାଡ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି । ମୋଟଙ୍ଗା ଥାନା ଖଡ୍ଗପ୍ରସାଦ ଗ୍ରାମର ନେପାଳୀ ପାତ୍ରଙ୍କ ପୁଅ ବାବୁ ପାତ୍ର ସେହି ବିଦ୍ୟାଳୟରେ ପାଠ ପଢନ୍ତି ।ପୁଅକୁ ମାଡ ମରାଯାଇଥିବା ଖବର ପାଇ ନେପାଳି ବିଦ୍ୟାଳୟରୁ ପୁଅକୁ ଆଣି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହୋଇଛନ୍ତି।