This browser does not support the video element.
ଉଦଳା: ହାଟ ସାହି ଠାରେ ଚୂନ ମୁନି ୟୁଥ୍ କ୍ଳବର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଉଦଳାର ପୂର୍ବତନ ବିଧାୟକଙ୍କ ଯୋଗଦାନ
Udala, Mayurbhanj | Sep 5, 2025
ଶୁକ୍ରବାର ଦିନ ଦେଶର ପ୍ରଥମ ରାଷ୍ଟ୍ରପତି ଡଃ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୭ତମ ଜନ୍ମ ଜୟନ୍ତି ତଥା ଗୁରୁ ଦିବସ ଅବସରରେ ଆଜି ଦିନ ପ୍ରାୟ ୧୨ଟାରେ ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ୍ ଅନ୍ତର୍ଗତ ହାଟ ସାହି ଠାରେ ଚୂନ ମୁନି ୟୁଥ୍ କ୍ଳବ୍ ଦ୍ଵାରା ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ତେବେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଯୋଗ ଦେଇଥିବା ବେଳେ ଖେଳାଳୀ ଙ୍କ ସହିତ ହାତ ମିଳାଇ ଉତ୍ସାହିତ କରିଥିବା ନେଇ ଜଣାପଡିଛି।