This browser does not support the video element.
ଡାବୁଗାଁ: ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ଜିପିଏଲଏଫ କର୍ମୀ ସଙ୍ଘରେ ଧାରଣା
Dabugan, Nabarangpur | Sep 22, 2025
ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ଆଜି ଅଲ ଓଡିଶା ଜିପିଏଲଏଫ କର୍ମୀ ସଂଘ ତରଫରୁ ଧାରଣା ଦିଆଯାଇଛି | ବିଡ଼ିଓଙ୍କୁ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିବା ବେଳେ ଓଏଲଏମ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି | ଜିପିଏଲଏଫ କର୍ମୀ ସଂଘ ପୁର୍ବ ପରି ସ୍ଥାୟୀ ଦରମା, ସ୍ଥାୟୀ ନିଯୁକ୍ତି, ଆକଉଣ୍ଟ ପେ, ଛଅ ମାସର ବକେୟା ରାଶି ଓ କାର୍ଯ୍ୟ ସୁଚି ଅନୁଯାୟୀ ବର୍ଦ୍ଧିତ ପରିଶ୍ରମିକ ଆଦି ଦାବି କରିଛି | ଜିପିଏଲଏଫଙ୍କ ସମସ୍ତ କାର୍ଯ୍ୟ ବନ୍ଦ କରି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଯାରି ରହିବ ବୋଲି ସଂଘ ସୂଚନା ଦେଇଛି |