This browser does not support the video element.
ବରଗଡ: ତିନି ଗୋଟି ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଘେଁସ ଗ୍ରାମର ଚାଷୀ
Bargarh, Bargarh (Baragarh) | Sep 6, 2025
ତିନୋଟି ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଚାଷୀ। ସାରକୁ ନେଇ ପୁଣି ତାତିଲେ ଚାଷୀ। ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଏବେ ଲାଗି ରହିଛି ସାର ସଙ୍କଟ। ଚାଷୀ ବାରମ୍ବାର ଦାବୀ ଜଣାଇଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ସେମାନଙ୍କୁ ମିଳିପାରିନାହିଁ ୟୁରିଆ ସାର। ତେବେ ଶନିବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ବରଗଡ ଘେସ ରେ ତିନୋଟି ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଚାଷୀ। ଚାଷୀ ଙ୍କ ଅଭିଯୋଗ ପେକ୍ସ୍ ରେ ସାର ନାହିଁ ହେଲେ ପ୍ରାଇଭେଟ୍ ଡିଲର ଙ୍କ ପାଖକୁ କେମିତି ଯାଉଛି ଏତେ ପରିମାଣର ସାର । ଏଥିପାଇଁ ଚାଷୀ ଚଢ଼ା ଦରରେ ସାର କିଣିବାକୁ ବାଧ୍ୟ ହେଉଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଚାଷୀ l