This browser does not support the video element.
କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲାପାଳ ବେଗୁନିଆପଡା ବ୍ଲକର ଉର୍ନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ
Kabisuryanagar, Ganjam | Aug 25, 2025
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତିଭାସନ ସୋମବାର ଦିନ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି । ଏହି ବ୍ଲକର ଏସ. ଛଚିନା ଠାରେ ନିର୍ମାଣ ଚାଲିଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଜିପିଏଲଏଫ ବିଲଡିଂ ଏବଂ ଷଣ୍ଢମୂଳ ସ୍ଥିତ ଶ୍ରୀ ଶ୍ରୀ ତୁମ୍ବେଶ୍ୱର ମନ୍ଦିର ଓ ଏହା ନିକଟରେ ଥିବା ଗ୍ରାମୀଣ ପାର୍କ କୁ ବୁଲି ଦେଖିଥିଲେ । ଏହି ସମୟରେ ବିଡ଼ିଓ ସସ୍ମିତା ଶତପଥି, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ପ୍ରତିନିଧି ଜୟରାମ ସ୍ୱାଇଁ ପରିଚାଳନା କମିଟି ସଦସ୍ୟ ବୁଲା ଜେନାଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।