This browser does not support the video element.
ଭଟଲି: ଭଟଲି ବ୍ଳକ ସଭାଗୃହରେ ଶିଶୁ ସୁରକ୍ଷା ଗ୍ରାମପଞ୍ଚାୟତ ଉପରେ ସଚେତନତା ପ୍ରଶିକ୍ଷଣ ଶିବିର।ଯୋଗଦେଲେ ଭଟଲି ବିଡ଼ିଓ।
Bhatli, Bargarh (Baragarh) | Sep 11, 2025
ଭଟଲି ବ୍ଳକ ସଭାଗୃହରେ ଶିଶୁ ସୁରକ୍ଷା ଗ୍ରାମପଞ୍ଚାୟତ ଉପରେ ସଚେତନତା ପ୍ରଶିକ୍ଷଣ ଶିବିର।ଯୋଗଦେଲେ ଭଟଲି ବିଡ଼ିଓ। ଆଜି ଗୁରୁବାର ଦିନ ୧୧ଟାରେ ଭଟଲି ବ୍ଲକ ର ସଭାଗୃହରେ ଏକ ଦିବସୀୟ ଶିଶୁ ସୁରକ୍ଷା ଗ୍ରାମ ପଞ୍ଚାୟତ ଉପରେ ପ୍ରଶିକ୍ଷଣ ଶିବିର ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। ଏଥିରେ ଡ଼. ସୁଧୀର କୁମାର ପଣ୍ଡା, ଏବିଡ଼ିଓ ଜ୍ୟୋସ୍ନାରାଣୀ ଗଡ଼ତିଆ, ସିପି ଗିରିଧାରୀ ଭୋଇ, ପିଇଓ ଲଳିତମୋହନ ଭୋସାଗର ଡବ୍ଲୁଇଓ ଲିଲିମା ଧରୁଆ ପ୍ରମୁଖ ମଞ୍ଚାସିନ ରହି ଶିଶୁ ସୁରକ୍ଷା ଗ୍ରାମପଞ୍ଚାୟତ,ବାଲ୍ୟବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ଉପରେ ଆଲୋଚନା କରାଯାଇଥିଲା।