Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ବିଜେପିର ଜିଲ୍ଲାସ୍ତରୀୟ କର୍ମଶାଳା,ଯୋଗ ଦେଲେ ଶାସକ ଦଳ ଉପମୁଖ୍ୟ ସଚେତକ

Baleshwar M, Balasore | Sep 7, 2025
ବାଲେଶ୍ଵର ଜିଲ୍ଲା ବିଜେପି ସାଙ୍ଗଠନିକ ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ଆଜି ପୂର୍ବାହ୍ନ ୧୧ ଟାରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ।"ସେବା ପକ୍ଷ" ଅବସରରେ ଆୟୋଜିତ ଏହି କର୍ମଶାଳାରେ ଶାସକ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ,ପୂର୍ବତନ ଜିଲ୍ଲା ସଭାପତି ଲମ୍ବଧର ନାୟକ,ବରିଷ୍ଠ ବିଜେପି ନେତ୍ରୀ ସୁଷମା ବିଶ୍ଵାଳ,ବରିଷ୍ଠ ନେତା ଶୁଭଙ୍କର ମହାପାତ୍ର,ପର୍ଶୁରାମ ପରିଡ଼ା, ଆଶିଷ ଦାସ ଙ୍କ ସମେତ ଜିଲ୍ଲାର ତଥା ରାଜ୍ୟର ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us