This browser does not support the video element.
କେନ୍ଦ୍ରାପଡା: ଆଗାମୀ ଦିନରେ ସେବା ପକ୍ଷ କାର୍ଯ୍ୟକ୍ରମ ନିମନ୍ତେ କରାଣ୍ଡିଆପାଟଣାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Kendrapara, Kendrapara | Sep 9, 2025
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ, ଜନକ ମହାତ୍ମା ଗାନ୍ଧୀ ଓ ଶ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାକୁ ଥିବା "ସେବା ପକ୍ଷ କାର୍ଯ୍ୟକ୍ରମ" ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀର କରାଣ୍ଡିଆପାଟଣା ରେ ଆଜି ପ୍ରାୟ ୧୨ ଘଣ୍ଟିକା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା ମଧ୍ୟ ଉପସ୍ଥିତ ରହିଥିଲେ ଓ ବୈଠକ ରେ କିଭଳି ଏହି କାର୍ଯ୍ୟକ୍ରମ ସଫଳ ଭାବେ ପରିଚାଳିତ ହୋଇପାରିବ ସେ ନେଇ ଆଲୋଚନା କରାଯାଇଥିଲା