This browser does not support the video element.
ରେଢାଖୋଲ: ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ପଞ୍ଚଖଣ୍ଡା ପୂଜାକୁ ନେଇ ରାଜ ପରିବାର ଓ ପ୍ରଶାସନ ମଧ୍ୟରେ ଆଲୋଚନା
Rairakhol, Sambalpur | Sep 10, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ବୁଧବାର ଅପରାହ୍ନରେ ପଞ୍ଚଖଣ୍ଡା ପୂଜା କୁ ନେଇ ରାଜ ପରିବାର ଓ ଦେବୋତ୍ତର ବୋର୍ଡ ପ୍ରଶାସନ ସହିତ ଆଲୋଚନା ହୋଇଥିଲା । ଚଳିତ ବର୍ଷ ପଞ୍ଚଖଣ୍ଡା ପୂଜାରେ ସ୍ଥାନୀୟ ଜନସାଧାରଣଙ୍କୁ ଅଣଦେଖା କରାଯାଇଥିବା ନେଇ ରେଢ଼ାଖୋଲ ବାସିନ୍ଦା ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଉପଜିଲ୍ଲାପାଳ ଏନେଇ ରାଜ ପରିବାରର ସଦସ୍ୟ , ପୂଜକ , ଦେବୋତ୍ତର ବୋର୍ଡ ଓ ଜନ ସାଧାରଣଙ୍କ ମଧ୍ୟରେ ଆଲୋଚନା କରିଥିଲେ ।