Download Now Banner

This browser does not support the video element.

ସତ୍ୟବାଦୀ: ସାକ୍ଷୀଗୋପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

Satyabadi, Puri | Sep 25, 2024
ଆଜି ଦିନ ୩ଟାରେ ସାକ୍ଷୀଗୋପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସତ୍ୟବାଦୀ ବ୍ଲକ ସ୍ତରୀୟ ସାଧାରଣ ଜ୍ଞାନ ବା କୁଇଜ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସମଗ୍ର ଶିକ୍ଷା ଅଧିନରେ ୨ ଶହ ୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବରିଷ୍ଠ ବିଭାଗରେ ସାକ୍ଷୀଗୋପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁକନ୍ୟା ସୁଭଦର୍ଶିନୀ ସ୍ବାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି କନିଷ୍ଠ ବିଭାଗରେ ପାରକେଣା ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ଅଞ୍ଜଳୀ ମିଶ୍ର ପ୍ରଥମ ସ୍ଥାନ ହାସଲ କରିଛନ୍ତି।
Read More News
T & CPrivacy PolicyContact Us