This browser does not support the video element.
କବିସୂର୍ଯ୍ୟନଗର: ଚୋରା ମଦ ଜବତ ସହ ଦୁଇ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ
Kabisuryanagar, Ganjam | Sep 9, 2025
ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ଗ୍ରାମ ନିକଟରେ ଏହି ଗ୍ରାମର ଦଣ୍ଡିଆ ଭୂୟାଁଙ୍କ ପୁଅ ସିମାଞ୍ଚଳ ଭୂୟାଁ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ 30 ଲିଟର ଚୋରା ମଦ ଜବତ କରିଥିଲା । ସେହିପରି ଏହି ଗ୍ରାମର ରାମଚନ୍ଦ୍ର ସ୍ୱାଇଁଙ୍କ ପୁଅ ରାଜେନ୍ଦ୍ର ସ୍ୱାଇଁ ଗ୍ରାମର କେନାଲ ହିଡ଼ ନିକଟରେ ମଦ ବିକ୍ରି କରୁଥିବା ସମୟରେ ପୋଲିସ ଚଢ଼ାଉ କରିଥିଲା । ତାଙ୍କ ନିକଟରୁ 36 ଲିଟର ଚୋରା ମଦ ଜବତ କରିଥିଲା । ଉଭୟଙ୍କୁ ଗିରଫ କରିଵା ସହ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ମଙ୍ଗଳବାର ଦିନ ପୋଲିସ ସୂଚନା ଦେଇଛି ।