This browser does not support the video element.
ସୋର: ତଳନଗର ନିକଟରୁ ଦୁଇଟି ବେଆଇନ ବାଲି ବୋଝେଇ ହାଇୱାକୁ ଜବତ କଲେ ସୋର ତହସିଲଦାର
Soro, Balasore | Sep 4, 2025
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରୁ ଦୁଇଟି ବେଆଇନ ବାଲି ବୋଝେଇ ହାଇୱାକୁ ସୋର ତହସିଲଦାର ଜବତ କରିଥିବା ଜଣାପଡିଛି। ଆଜି ସକାଳେ ସୋର ତହସିଲଦାର ଦୈତାରୀ ମଲ୍ଲିକ ତଳନଗର ନିକଟରେ ଭଦ୍ରକରୁ ସୋର ଅଭିମୁଖେ ଆସୁଥିବା ବାଲି ବୋଝେଇ ଗାଡି ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ଦୁଇଟି ହାଇୱା ବେଆଇନ ଭାବେ ବାଲି ଚାଲାଣ କରୁଥିବା ଜାଣିପାରି ଦୁଇଟି ହାଇୱାକୁ ଜବତ କରି ଖଣି ବିଭାଗକୁ ହସ୍ତାନ୍ତର କରିଥିଲେ।ଚଢ଼ାଉ ସମୟରେ ଦୁଇଟି ଯାକ ବାଲି ବୋଝେଇ ହାଇୱାର ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି।