Download Now Banner

This browser does not support the video element.

ଗୋବିନ୍ଦପୁର: ବାମରା ବ୍ଲକ କାର୍ଯ୍ୟଳୟରେ ପଞ୍ଚମ ଦିନରେ ଜିପିଏଲଏଫ୍ କର୍ମୀ ସଂଘର ଧାରଣା, ସମର୍ଥନ ଜଣାଇଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

Govindpur, Sambalpur | Sep 26, 2025
ପୂର୍ବପରି ସ୍ଥାୟୀ ଦରମା ପ୍ରଦାନ ଦାବି ନେଇ ବାମରା ବ୍ଲକ କମ୍ୟୁନିଟି ସପୋର୍ଟ କର୍ମଚାରୀ ମାନେ ଗତ ୫ ଦିନ ଧରି ବାମରା ବ୍ଲକ କାର୍ଯ୍ୟାଳୟରେ ଧାରଣା ରେ ବସିଥିବା ବେଳେ ଶୁକ୍ରବାର ଦିନ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ଧାରଣା ସ୍ଥଳକୁ ପହଞ୍ଚି ସମର୍ଥନ ଜଣାଇଛନ୍ତି। ତାଙ୍କ ସହ ବାମରା ବ୍ଲକ ସରପଞ୍ଚ ସଙ୍ଘ ସଭାପତି ବିମଳ ଲାକ୍ରା ମଧ୍ୟ ପହଞ୍ଚି ଆନ୍ଦୋଳନ କୁ ସମର୍ଥନ ଜଣାଇବା ସହ ଆନ୍ଦୋଳନକାରୀ ଙ୍କ ସହ ଧାରଣା ରେ ବସିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନ ରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
Read More News
T & CPrivacy PolicyContact Us