Download Now Banner

This browser does not support the video element.

ଚୌଦ୍ବାର: ଚୌଦ୍ୱାର ମହାବୀର ବଜାରରେ ଦୁଇଟି ଲୁଗା ଦୋକାନ ଆଜବେଷ୍ଟସ ଭାଙ୍ଗି ଲୁଟିଆମାନେ ଟଙ୍କା ସହ ସାମଗ୍ରୀ ଚୋରି କରିଥିବା ମଙ୍ଗଳବାର ଥାନାରେ ଏତଲା।

Choudwar, Cuttack | Apr 29, 2025
ଚୌଦ୍ୱାର ମହାବୀର ବଜାରରେ ଥିବା ଦୁଇଟି ଲୁଗା ଦୋକାନ ଆଜବେଷ୍ଟସ ଭାଙ୍ଗି ଲୁଟିଆମାନେ ଟଙ୍କା ସହ ସାମଗ୍ରୀ ଚୋରି କରିଛନ୍ତି। ଲୁଟିଆମାନେ ଏମ. କୁମାରଙ୍କ ଲୁଗା ଦୋକାନ ଆଜବେଷ୍ଟସ ଭାଙ୍ଗି ୧୫ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍‌ ହୋଇଛି। ସେହିଭଳି ଅନ୍ୟ ଏକ ଦୋକାନରୁ ଆଜବେଷ୍ଟସ ଭାଙ୍ଗି ଭିତରେ ପଶିଥିଲେ। ଟଙ୍କା ବାକ୍ସରେ ଥିବା ଟଙ୍କା ସମେତ ଦାମି ଡ୍ରେସ ଓ ଲୁଗାପଟା ଚୋରି ହୋଇଥିବା ଦୋକାନ ମାଲିକ ଦୁର୍ଗା ପ୍ରସାଦ ପଣ୍ଡା ମଙ୍ଗଳବାର ଦିନ ୧୧ଟାରେ ଥାନାରେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗ ପରେ ଚୌଦ୍ୱାର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us