This browser does not support the video element.
ଆନନ୍ଦପୁର: କଣ୍ଟିପାଳ ପଞ୍ଚାୟତ ମଠସାହି ଗ୍ରାମରୁ ବଡଧରଣର ଲୁଟ୍, ଜଣେ ଅଟକ
Anandapur, Kendujhar | Sep 19, 2025
ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ମଠସାହିରେ ଗୁରୁବାର ରାତି ଗୋଟାଏ ବେଳେ ରାତିରେ ଦୁର୍ବୁତ୍ତ ମାନେ ୩ଜଣଙ୍କ ଘରେ ପଶି କଳାକନା ବୁଲାଇଛନ୍ତି। ଗାଁର ନରେନ୍ଦ୍ର କୁମାର ବାରିକ,ଗୟାଧର ବାରିକ ଓ ବାପୁନ ପାତ୍ର ଏହି ୩ ଜଣକ ଘରେ ପଶି ଦୁର୍ବୁତ୍ତ ମାନେ ପାଖାପାଖି ୨୦ଭରି ରୁ ଉର୍ଦ୍ଧ ସୁନା ଅଳଙ୍କାର ଲୁଟିବା ସହିତ ୫୦ହଜାର ରୁ ଉର୍ଦ୍ଧ ନଗଦ ଟଙ୍କା ଚୋରି କରି ନେଇଯାଇଛନ୍ତି। ଖବର ପାଇ ପୋଲିସ ତ୍ୱରିତ ପଦକ୍ଷେପ ନେବା ସହିତ ଚୋରୀରେ ବ୍ୟବହୃତ ଗୋଟିଏ ବାଇକ ଜବତ କରିଛି। ଘଟଣା ରେ ସମ୍ପୃକ୍ତ ଜଣକୁ ଅଟକ ରଖାଯାଇଛି।