This browser does not support the video element.
କଣ୍ଟାବାଞ୍ଜି: ବଡ଼ବାଙ୍କି ଗାଁରେ ବିଜେପିର ବୁଥ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ
Kantabanji, Balangir | Apr 9, 2024
ଆଜି ମଧ୍ୟାହ୍ନରେ ତୁରେକେଲା ବ୍ଲକ ବଡ଼ବାଙ୍କି ଗାଁରେ ବିଜେପି ପକ୍ଷରୁ ତୁରେକେଲା ମଣ୍ଡଳ ସ୍ତରୀୟ ବୁଥ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ କଣ୍ଟାବାଞ୍ଜି ବିଧାନସଭା ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ସହ ଆଗଧାଡିର ବିଜେପି ନେତା ମଞ୍ଚାସୀନ ଥିଲେ। ଏହି ଅବସରରେ ୩ ଶହରୁ ଉର୍ଦ୍ଧ୍ବ ଲୋକ ଅନ୍ୟ ଦଳରୁ ଆସି ବିଜେପିରେ ସାମିଲ ହୋଇଥିଲେ।