This browser does not support the video element.
ସୋର: କଲେଜଚ୍ଛକ ଜଗନ୍ନାଥ ଢ଼ାବା ସମ୍ମୁଖରୁ ଟ୍ରାକ୍ଟର ଚୋରି, ଥାନାରେ ଅଭିଯୋଗ
Soro, Balasore | Oct 7, 2025
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜଚ୍ଛକ ନିକଟ ଜଗନ୍ନାଥ ଢ଼ାବା ସମ୍ମୁଖରୁ ଗତକାଲି ବିଳମ୍ବିତ ଏକ ଟ୍ରାକ୍ଟର ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସରଶଙ୍ଖ ପଞ୍ଚାୟତ ବ୍ରାହ୍ମଣସାହି ଗ୍ରାମର ଚକ୍ରଧର ପଲେଇ ତାଙ୍କର ଓଡି ୦୧ପି ୭୮୫୧ ନମ୍ବର ବିଶିଷ୍ଟ ସ୍ୱରାଜ ଟ୍ରାକ୍ଟର ଟିକୁ ତଳ ନଗର ରେଳ ଓଭରବ୍ରିଜ ନିକଟରେ ଇଲେକ୍ଟ୍ରି କାର୍ଯ୍ୟ କରୁଥିବା ବାସନ୍ତୀ ଇଲେକ୍ଟ୍ରିକାଲସ କମ୍ପାନୀକୁ ଲିଜରେ ଦେଇଥିଲେ। କିନ୍ତୁ ଗତକାଲି ରାତିରେ କମ୍ପାନୀ ତରଫରୁ ଟ୍ରାକ୍ଟର ଟିକୁ ଜଗନ୍ନାଥ ଢ଼ାବାରେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖିଥିଲେ।