Download Now Banner

This browser does not support the video element.

ବଲାଙ୍ଗୀର: ସାମ୍ବାଦିକ ଭବନରେ ସତ୍ୟନାରାୟଣ ସ୍ମୃତି କମିଟି ଆୟୋଜିତ ନାରୀ ନିର୍ଯାତନା ଓ ସଶକ୍ତିକରଣ କାର୍ଯ୍ୟକ୍ରମରେ ପୌରଧକ୍ଷାଙ୍କ ପ୍ରତିକ୍ରିୟା

Balangir, Balangir | Aug 24, 2025
ବଲାଙ୍ଗିର ସାମ୍ବାଦିକ ଭବନରେ ସତ୍ୟନାରାୟଣ ସ୍ମୃତି କମିଟି ତରଫରୁ ନାରୀ ନିର୍ଯାତନା ଓ ସଶକ୍ତିକରଣ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୌରଧକ୍ଷା ଲିକା ସାହୂ ଯୋଗଦେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, “ସମାଜରେ ନାରୀଙ୍କୁ ସମ୍ମାନ, ସୁରକ୍ଷା ଓ ସୁଯୋଗ ଦେବାହିଁ ସଶକ୍ତିକରଣର ପ୍ରକୃତ ମାନଦଣ୍ଡ।” ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ସଚେତନତା ବୃଦ୍ଧି ହେବା ସହିତ, ନାରୀଙ୍କୁ ନିଜ ଅଧିକାର ପାଇଁ ସ୍ୱର ଉଠାଇବାରେ ପ୍ରେରଣା ମିଳିବ ବୋଲି ଆୟୋଜକମାନେ କହିଛନ୍ତି।
Read More News
T & CPrivacy PolicyContact Us