Download Now Banner

This browser does not support the video element.

ବଲାଙ୍ଗୀର: ମାଧିଆ ପାଲି ନିକଟରେ ଥିବା ଏକ କାର ସୋ-ରୁମ ମଧ୍ୟରୁ ଭାରତର ସବୁଠାରୁ ବିଷାକ୍ତ ସାପ ‘କମନ କ୍ରେଟ’ ଉଦ୍ଧାର

Balangir, Balangir | Oct 1, 2025
ଆଜି ରାତି ୯ଟା ସମୟରେ ବଲାଙ୍ଗୀର ମାଧିଆ ପାଲି ନିକଟରେ ଥିବା ଏକ କାର ସୋ-ରୁମ ମଧ୍ୟରୁ ଭାରତର ସବୁଠାରୁ ବିଷାକ୍ତ ସାପ ‘କମନ କ୍ରେଟ’ ଉଦ୍ଧାର ହୋଇଛି। ଉଦ୍ଧାର କାର୍ଯ୍ୟକୁ ସଫଳ କରିଥିଲେ ଜିଲ୍ଲାର ପ୍ରସିଦ୍ଧ ସ୍ନେକ ରେସ୍କ୍ୟୁଆର ସୁରୁ ତାଣ୍ଡି। କମନ କ୍ରେଟ ସାପ ‘ଭାରତର ବିଗ୍ ଫୋର’ ରେ ଗଣାହୋଇଥାଏ ଓ ଏହାର ବିଷ ଅତ୍ୟନ୍ତ ଜୋରଦାର ନ୍ୟୁରୋଟକ୍ସିକ୍। ଶରୀରକୁ ପ୍ରଭାବିତ କରିଲେ ସ୍ନାୟୁତନ୍ତ୍ର ନିଷ୍କ୍ରିୟ ହୋଇ ପଡ଼େ। ପ୍ରଥମେ ମୁଣ୍ଡବଥା, ବମି, ମାଂସ ପେଶୀରେ ଦୁର୍ବଳତା, ପରେ ଶ୍ୱାସକଷ୍ଟ—ଅନ୍ତେ ଯଦି ସମୟରେ ଚିକିତ୍ସା ନ ମିଳିଲେ ମୃତ୍ୟୁ ହେବା ପର୍ଯ୍ୟନ୍ତ ସମ୍ଭାବନା ରହେ।
Read More News
T & CPrivacy PolicyContact Us