This browser does not support the video element.
ବଡଚଣା: ଚାରିଗୋଛିଆ ଆଦିବାସୀ ସାହିରେ ଦୁଇ ଗୋଟି ଘର ଭାଙ୍ଗିଲେ ଜଙ୍ଗଲୀ ହାତୀ
Badachana, Jajpur | Mar 27, 2024
ପାରିଆ ପଞ୍ଚାୟତର ଚାରିଗୋଛିଆ ଆଦିବାସୀ ସାହିରେ ଜଙ୍ଗଲୀ ହାତୀ ଘର ଭାଙ୍ଗି ଦେଇଥିବା ଜଣାପଡିଛି। ବୁଧବାର ଭୋର ସମୟରେ ହାତୀଟି ରାଇଝର ଜଙ୍ଗଲରୁ ଆସି ଉକ୍ତ ଆଦିବାସୀ ସାହିର ରମେଶ ସଏଙ୍କ ଘର ଭାଙ୍ଗିବା ସହ ଘରେ ଥିବା ବାଇକ ଓ ମେସିନକୁ ମଧ୍ଯ ଭାଙ୍ଗିଛି। ଲୋକେ ଉଠି ପାଟିତୁଣ୍ଡ କରିବା ପରେ ହାତୀଟି ସେଠାରୁ ଯାଇ ମୁରଲୀ ଖୁଣ୍ଟିଆଙ୍କ ଘର ଭାଙ୍ଗି ଧାନ ଖାଇବା ବେଳେ ସ୍ଥାନୀୟ ଲୋକେ ଏକାଠି ହୋଇ ହାତୀକୁ ସେଠାରୁ ତଡି ଦେଇଥିବା ଜଣାପଡିଛି।