Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟରେ ୬ ମକଦ୍ଦମାର ୧୮ ସାକ୍ଷ୍ୟ ଗ୍ରହଣ

Malkangiri, Malkangiri | Aug 23, 2025
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟର ବୈଠକ ଗୃହରେ କୋରୁକୋଣ୍ଡା ଗ୍ରାମ୍ୟ ନ୍ୟାୟାଳୟ ମାଲକାନଗିରି ତରଫରୁ ଆଜି କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାମ୍ପ କୋର୍ଟରେ ବିଭିନ୍ନ ମକଦ୍ଦମାରେ ଚାଲିଥିବା ୬ ଗୋଟି ମାମଲାର ୧୮ଜଣ ସାକ୍ଷ୍ୟ ନ୍ୟାୟାଧିସ ପରିଣିତା ନାୟକଙ୍କ ସମ୍ମୁଖରେ ନିଜ ନିଜର ସାକ୍ଷ୍ୟ ପ୍ରଦାନ କରିଥିଲେ। କ୍ୟାମ୍ପ କୋର୍ଟରେ ସରକାରୀ ଓକିଲ ଭାବେ ହୃଷୀକେଶ ପଣ୍ଡା, ଦୂର୍ଗା ପ୍ରସାଦ ପଣ୍ଡା ପରିଚାଳନା କରୁଥିବା ବେଳେ ପ୍ରତିପକ୍ଷ ଓକିଲ ଭାବେ ସଂଜୀବ ମାଝୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us