This browser does not support the video element.
ବସ୍ତା: କୁଡ଼ିଆ ପୋଲ ନିକଟରେ ବସ୍ତା ଯାତ୍ରା କମିଟି ପକ୍ଷରୁ ଅଟକ କଲେ ତୁଳସୀ ଗଣନାଟ୍ୟ ର ଚାରୋଟି ଗାଡି
Basta, Balasore | Oct 8, 2025
ଆଜି ଅଟକ ରହିଲା ତୁଳସୀ ଗଣନାଟ୍ୟ ର ଚାରୋଟି ଗାଡି.ସୂଚନା ଅନୁସାରେ ମା ମଙ୍ଗଳା ଯାତ୍ରା କମିଟି,ବସ୍ତା ପକ୍ଷରୁ ଆସନ୍ତା 2026 ଜାନୁୟାରୀ ମାସ ପାଇଁ ବୁକିଂ କରାଯାଇଥିଲା. ତେବେ ଦେଢ଼ ମାସ ତଳେ ଯାତ୍ରା ପାର୍ଟି ର ମାଲିକ ଫୋନ କରି ତୁରନ୍ତ ଦୁଇ ଲକ୍ଷ ଟଙ୍କା ଅଗ୍ରିମ ମାଗିଥିଲେ. ଅଗ୍ରିମ ନ ଦେଲେ ଜାନୁୟାରୀ ମାସ ରେ ଯାତ୍ରା ଦେଇ ହେବ ନାହିଁ କହିବାରୁ କମିଟି ପକ୍ଷରୁ ତୁରନ୍ତ ଦୁଇ ଲକ୍ଷ ଟଙ୍କା ପଠାଯାଇଥିଲା. ହେଲେ ଟଙ୍କା ନେବାର କିଛି ଦିନ ପରେ ନିଜେ ମାଲିକ ବସ୍ତା କୁ ଯାତ୍ରା ପାର୍ଟି ଦେଇହେବ ନାହିଁ କହିଥିଲେ.