This browser does not support the video element.
ହିନ୍ଦୋଳ: ଷ୍ଟେସନ ନିକଟରୁ ୨୨ଗ୍ରାମ ବ୍ରାଉନ ସୁଗାର ଜବତ, ଯୁବକ ଗିରଫ
Hindol, Dhenkanal | Sep 11, 2025
ଗୁରୁବାର ସକାଳେ ଜଣେ ନିଶା ବେପାରୀକୁ ଟାଉନ ଥାନା ପୁଲିସ ଗିରଫ କରିଛି। ୨୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଗିରଫ ନିଶା ବେପାରୀ ଅନୁଗୁଳ ନାଲକୋ ଟାଉନସିପ୍ ଥାନା ଜିରାଙ୍ଗ ଗାଁର ରଞ୍ଜନ ଶତପଥୀ ବୋଲି ଜଣାପଡିଛି। ସୂଚନା ଅନୁସାରେ, ରଞ୍ଜନ ଢେଙ୍କାନାଳରୁ କୌଣସି ନିଶା ବେପାରି ଠାରୁ ବ୍ରାଉନ ସୁଗାର କିଣିଥିଲା। ଟ୍ରେନରେ ଅନୁଗୁଳ ଫେରି ସେଠାରେ ବିକ୍ରି କରିଥାନ୍ତି। ଖବର ପାଇ ଷ୍ଟେସନ ନିକଟରୁ ପୁଲିସ ତାକୁ କାବୁ କରିନେଇଥିଲା। ଯାଞ୍ଚ କରିବାରୁ ତା ନିକଟରୁ ୨୨ ଗ୍ରାମ ବ୍ରାଉନ ସୁ ଗାର ବାହାରିଥିଲା। ଢେଙ୍କାନାଳରୁ କାହା ପାଖରୁ କିଣିଥିଲେ ସେନେଇ ପୁଲିସ ତଦନ୍ତ କରୁଛି ।