This browser does not support the video element.
ଖଲ୍ଲିକୋଟ୍: ତାଳପଡ଼ା ରାସ୍ତାରେ ଅବକାରୀ ବିଭାଗ ର ଚଢ଼ାଉ; ୮୦ ଲିଟର ଦେଶୀମଦ ସହ ବାଇକ ଜବତ, ଜଣେ ଗିରଫ
Khalikote, Ganjam | Sep 2, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡ଼ା ରାସ୍ତାରେ ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ଅବକାରୀ ବିଭାଗ ଚଢ଼ାଉ କରି ୮୦ ଲିଟର ଦେଶୀମଦ ସହ ଗୋଟିଏ ବାଇକ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ଆସ୍କା ଅଞ୍ଚଳ ର ପି. ପୱନ ବୋଲି ଜଣା ପଡିଛି । ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ପି. ପୱନ ଙ୍କୁ ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି ସୂଚନା ପ୍ରଦାନ କରିଛନ୍ତି ।