This browser does not support the video element.
ଉଦଳା: ପଦ୍ମପୋଖରୀ ଗ୍ରାମରୁ ୧୪ ଫୁଟର ବିଶାଳ ଅହିରାଜ ଉଦ୍ଧାର କଲା ବନ ବିଭାଗ
Udala, Mayurbhanj | Oct 9, 2025
ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବନାଞ୍ଚଳ ଅଧୀନ ପଦ୍ମପୋଖରୀ ଗ୍ରାମରୁ ଏକ ୧୪ ଫୁଟର ବିଶାଳ ଅହିରାଜ ଉଦ୍ଧାର କରାଯାଇଛି। ତେବେ ପଦ୍ମପୋଖରୀ ଗ୍ରାମ ସ୍ଥିତ ଏକ ପୋଖରୀ ରୁ ଖସିଯାଇ ବିଲରେ ଏହି ଅହିରାଜ ସାପ ଟି ଲୁଚିଥିଲା। ଗ୍ରାମବାସୀ ମାନେ ଏହା ଦେଖି ସଙ୍ଗେ ସଙ୍ଗେ ବନ ବିଭାଗ କୁ ଖବର ଦେଇଥିଲେ। ତେବେ ଖବର ପାଇ ବନ ବିଭାଗ ଏବଂ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ମିଶି ଅହିରାଜ ଟିକୁ ସେଠାରେ ଉଦ୍ଧାର କରି ଶିମିଳିପାଳ ଜଙ୍ଗଲରେ ଛଡା ଯାଇଥିବା ନେଇ ସୂଚନା ମିଳିଛି। ଏନେଇ ଗୁରୁବାର ଦିନ ପ୍ରାୟ ୧୨ଟାରେ ସୂଚନା ମିଳିଛି।