This browser does not support the video element.
କୋଟପାଡ: ଶୁଣିଲାଣି ପ୍ରଶାସନ, ଶେଷରେ ପଣସପୁଟ ରାସ୍ତା ନିଜସ୍ୱ ପକେଟ ଖର୍ଚ୍ଚ ରେ ମରାମତି କଲେ ସରପଞ୍ଚ l
Kotpad, Koraput | Aug 30, 2025
ଲଗାଣ ବର୍ଷାରେ ପଣସପୁଟ ରାସ୍ତା ମଝିରେ ଘାଇ ସୃଷ୍ଟି ହୋଇଥିବା ବେଳେ ମରାମତି କଲାନି ପ୍ରଶାସନ l ଶେଷରେ ସରପଞ୍ଚ ଅଣ୍ଟା ଭିଡ଼ିଲେ ଆଉ ନିଜସ୍ୱ ପକେଟ ଖର୍ଚ୍ଚ ରେ ରାସ୍ତା ମରାମତି କଲେ l ଏଭଳି ଚିତ୍ର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଂଚାୟତ ପଣସପୁଟ ଠାରେ ଆଜି ଅପରାହ୍ନ ୨ଟା ସମୟରେ ଦେଖିବାକୁ ମିଳିଛି l ଗତ କିଛି ଦିନ ତଳେ ଲଗାଣ ବର୍ଷାରେ ଦଣ୍ଡାବଡ଼ି ଓ ପଣସପୁଟ ପ୍ରଧାନମନ୍ତ୍ରୀ ରାସ୍ତା ମଝିରେ ଘାଇ ସୃଷ୍ଟି ହୋଇଥିବା ବେଳେ ଚାରି ଖଣ୍ଡ ଲୁହା ପାଇପ ବିଛାଇ ଯାତାୟାତ କରୁଥିଲେ ଲୋକେ l ପ୍ରଶାସନ ଚୁପ ରହିବାରୁ ସ୍ଥାନୀୟ ସରପଞ୍ଚ ରାସ୍ତା ମରାମତି କଲେ