This browser does not support the video element.
ବୋଲଗଡ: ମାଣିକଗୋଡା ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଜାଳି ଗଲା ଘର ଜଣେ ଗୁରୁତର
Bolagad, Khordha | Sep 10, 2025
ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ,ଜଳିଗଲା ଘର । ଫଳରେ ଜଣେ ଗୁରୁତର ହୋଇଛନ୍ତି । ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟିଯାଇଥିବା ଜଣାଯାଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦଳେଇ ସାହି ପଞ୍ଚାୟତ ମାଣିକଗୋଡା ଗ୍ରାମରେ ଘଟିଛି ଏଭଳି ଅଗ୍ନିକାଣ୍ଡ । ଏହି ଗ୍ରାମର ସରୋଜ ସ୍ୱାଇଁ ଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଘରର ଗ୍ୟାସ ଟାଙ୍କି ପ୍ରଥମେ ଲିକ ହୋଇଥିଲା ଏବଂ ପରେ ଗ୍ୟାସ ଟାଙ୍କି ଟି ଫାଟି ଯାଇଥିଲା । ଫଳରେ ଘରେ ନିଆଁ ଲାଗିଯାଇଥିଲା । ଏଥିରେ ସରୋଜ ଙ୍କ ପତ୍ନୀ ଅଗ୍ନିକାଣ୍ଡରେ ଗୁରୁତର ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିଚି ହୋଇଛନ୍ତି l