Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ସୂଚକ ଉପରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ

Jharsuguda, Jharsuguda | Sep 3, 2025
ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଆଜି ସକାଳ ଏଗାରଟା ସମୟରେ ପ୍ରଜନନ,ମାତୃ ଓ ଶିଶୁମୃତ୍ୟୁ ଏବଂ କୈଶୋର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ଟୀକାକରଣ ତଥା ମ୍ୟାଲେରିଆ, ଡେଙ୍ଗୁ, ଟିବି ଏବଂ ଅଣ-ସଂକ୍ରମିତ ରୋଗ ଆଦି ପ୍ରମୁଖ ସ୍ୱାସ୍ଥ୍ୟ ସୂଚକ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା, ଡିପିଏମ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲାର ସମସ୍ତ ଚିକିତ୍ସା ଅଧିକାରୀଗଣ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us