This browser does not support the video element.
ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ଡମଗୁଡା ଜଙ୍ଗଲରେ ଅବକାରି ଚଢାଉ
Jeypore, Koraput | Sep 29, 2025
ଜୟପୁର ସଦର ଥାନା ଅନ୍ତର୍ଗତ ଡମଗୁଡା ଜଙ୍ଗଲରେ ଆଜି ଅପରାହ୍ନ ୧ ଘଣ୍ଟ ସମୟରେ ଅବକାରି ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଚଢାଉ କରାଯାଇଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୧୩ ଶହ ଲିଟର ପୋଚ ଓ ୪୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଅଦିକୁ ଜବତ କରିଥିବା ବିଷୟ ଜୟପୁର ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।