This browser does not support the video element.
ଓରିଏଣ୍ଟ: ସୁଲାହି ଆଶ୍ରମ ସ୍କୁଲ ପରିଦର୍ଶନ କରି କୋଠାଗୃହ, ଭିତ୍ତିଭୂମି ଓ ୱାଟର ଲିକେଜ ସମ୍ପର୍କରେ ଅନୁଧ୍ୟାନ କଲେ ଝାରସୁଗୁଡା ଜିଲ୍ଲାପାଳ
Orient, Jharsuguda | Aug 22, 2025
ଝାରସୁଗୁଡା ଜିଲ୍ଲା ସୁଲାହି ଆଶ୍ରମ ସ୍କୁଲ ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ। ତେବେ ଆଜି ସକାଳ ସାଢେ ଏଗାରଟା ସମୟରେ ଝାରସୁଗୁଡା ଜିଲ୍ଲାପାଳ ସୁଲାହି ଆଶ୍ରମ ସ୍କୁଲ ପରିଦର୍ଶନ କରି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ଅନୁଷ୍ଠାନର କୋଠାଗୃହ ଗୁଡିକର ଭିତ୍ତିଭୂମି ଏବଂ ଲଗାଣ ବର୍ଷା ଫଳରେ ୱାଟର ଲିକେଜ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ଅନୁଧ୍ୟାନ କରିଥିଲେ।