This browser does not support the video element.
ଦେବଗଡ: ପରା ଗ୍ରାମରେ ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗରେ ଜେଲ ଗଲା ସ୍ୱାମୀ
Debagarh, Debagarh (Deogarh) | Aug 23, 2025
ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗରେ ଜେଲ ଗଲା ସ୍ୱାମୀ । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ପରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ପରା ଗ୍ରାମର ଦୀପକ ମାହାର ତାଙ୍କ ସ୍ତ୍ରୀ ଭାରତୀ ମାହାରଙ୍କୁ ହତ୍ୟା କରିଥିବା ନେଇ ଗତ ୨୧ ତାରିଖ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଥିଲା । ଭାରତୀଙ୍କ ଭଉଣୀ ସୁକୁମାରୀ ନାଏକ କୁଣ୍ଢେଇଗୋଳା ଥାନାରେ ହତ୍ୟା ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଗତକାଲି ଦୀପକଙ୍କୁ ଅଟକ ରଖି ପଚରାଉଚୁରା ପରେ ସେ ହତ୍ୟା କରିଥିବା ଜାଣିବାକୁ ପାଇଥିଲା ।