This browser does not support the video element.
ସୋର: ଅବକାରୀ ବିଭାଗ ତରଫରୁ ବ୍ରାହ୍ମଣ ସବିରା ସମେତ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ଦେଶୀ ବିଦେଶୀମଦ ଜବତ, ୫ ଗିରଫ
Soro, Balasore | Aug 22, 2025
ସୋର ଅବକାରୀ ବିଭାଗ ତରଫରୁ ବ୍ରାହ୍ମଣ ସବିରା ସମେତ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରି ଦେଶୀ ବିଦେଶୀ ମଦ ଜବତ କରିବା ସହିତ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗା ଏବଂ ବାଲେଶ୍ୱର ଭ୍ରମ୍ୟମାଣ ଅବକାରୀ ଅଧିକାରୀ ହରିହର ସିଂଙ୍କ ନେତୃତ୍ୱରେ ଏକ ଟିମ ବ୍ରାହ୍ମଣ ସବିରା ଗ୍ରାମର ପ୍ରିୟବ୍ରତ ବେହେରା ରଞ୍ଜିତ ମାଝୀ, ବାଲିପୁର ଗ୍ରାମର ଜିତେନ୍ଦ୍ର ମଲ୍ଲିକ, ନିରଞ୍ଜନ ମଲ୍ଲିକ ଏବଂ ଝଟିଆମାଳ ଗ୍ରାମର ତପନ ଆରୁଖ ଘରେ ଚଢ଼ାଉ କରି ମୋଟ ୨୩୦ ଲିଟର ଦେଶୀମଦ, ୩୨ ଲିଟର ବିୟର ଏବଂ ୬ ଲିଟର ବିଦେଶୀମଦ ଜବତ କରିଥିଲେ।