This browser does not support the video element.
ଜୁନାଗଡ: ନୁଆଁଖାଇ ଦିନ ଅମଠା ଗାଁ କୁ ପହଞ୍ଚିଲା ଶବ। ଗାଁ ରେ ଶୋକାକୁଳ ପରିବେଶ
Junagarh, Kalahandi | Aug 28, 2025
ଧାମନପୁର ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ । ମୃତ ଯୁବକ ଜଣକ ହେଲେ ଅମଠା ଗାଁର ଟିକଚନ ମାଝୀ । ଏ ସଂକ୍ରାନ୍ତରେ ପରିବାର ଲୋକେ ଗୋଲାମୁଣ୍ଡା ଥାନାରେ ଏତଲା ଦେଲା ପରେ ଥାନା କେଶ ନମ୍ବର ୧୨୧/୨୫ ରେ ଏକ ମାମଲା ରୁଜୁ କରି ଗୁରୁବାର ଅପରାହ୍ନ ୧ ଟା ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ କରିଥିଲେ।