This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବହଳଦାର ଫଟାଟାଙ୍ଗର ଠାରେ ଓ୍ବାରାଙ୍ଗଚିତି ଲିପି ପ୍ରବର୍ତ୍ତକ ଅତ୍ ଗୁରୁ କୋଲ୍ ଲାକୋ ବଦ୍ରାଙ୍କ ପ୍ରତିମୂର୍ତ୍ତି ଅନାବରଣ ସମାରୋହ ଅନୁଷ୍ଠିତ
Baripada M, Mayurbhanj | Sep 6, 2025
ଶନିବାର ଦିନ ପ୍ରାୟ ୪ ଟାରେ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ଫଟାଟାଙ୍ଗର ଠାରେ ୱାରାଂଚିତି ଲିପିର ପ୍ରବର୍ତ୍ତକ ଅତଗୁରୁ କୋଲ୍ ଲାକୋ ବଦ୍ରାଙ୍କ ପ୍ରତିମୂର୍ତ୍ତି ଅନାବରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଝାଡଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କଡା, ଓଡିଶାର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଏଥିରେ ଉପସ୍ଥିତ ରହିଥିଲେ।