This browser does not support the video element.
ଡାବୁଗାଁ: ଖଲିଗୁଡା ଠାରେ ମହାନ୍ତି ରୂପଚାନ୍ଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ, ଚିତ୍ରୋକୋଟ ଚମ୍ପିୟାନ
Dabugan, Nabarangpur | Sep 30, 2025
ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ଖଲିଗୁଡା ଠାରେ ସନୁ ମାଝୀ ୟୁଥ କ୍ଳବ ଆନୁକୂଲ୍ୟରେ ଆୟୋଜିତ ମହାନ୍ତି ରୁପଚାନ୍ଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଛି | ଫାଇନାଲରେ ଚିତ୍ରକୋଟ ଦଳ ସିୱାଇୱାଇ ନବରଙ୍ଗପୁର ଦଳକୁ ପରାସ୍ତ କରିଥିଲେ | ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ | ସଂମ୍ମାନୀୟ ଅତିଥିଭାବେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ,ପାପଡାହାଣ୍ଡି ବ୍ଲକ ଅଧକ୍ଷା ହେମଲତା ମାଝୀ, ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ମଞ୍ଚାସିନ ଥିଲେ |