This browser does not support the video element.
ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଭଇନାତୋରା ଗ୍ରାମବାସୀ
Bargarh, Bargarh (Baragarh) | Aug 22, 2025
ଅମ୍ବାଭୋନା ବ୍ଲକ ଭଇନାତୋରା ଗ୍ରାମବାସୀ ଶୁକ୍ରବାର ଅପରାହ୍ନ 3 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି | ସୂଚନା ଅନୁସାରେ ସେହି ଗ୍ରାମର ଜଣେ ବ୍ୟକ୍ତି କୁକୁଡ଼ା ଫାର୍ମ କରିଥିବା ବେଳେ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏନେଇ କୁକୁଡ଼ା ଫାର୍ମ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି | କୁକୁଡ଼ା ଫାର୍ମର ସବୁ ଆବର୍ଜନା ଗ୍ରାମବାସୀଙ୍କ କ୍ଷେତକୁ ଯାଉଥିବା ବେଳେ ସେଠାରେ ପୋଖରୀ ମଧ୍ୟ ରହିଛି ଯାହା ଦ୍ୱାରା ଗ୍ରାମବାସୀ ଅନେକ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥିବା ଜିଲ୍ଲାପାଳଙ୍କୁ ଲିଖିତ ମାଧ୍ୟମରେ ଜଣାଇଛନ୍ତି ।