This browser does not support the video element.
ବୌଦ୍ଧ ସଦର: ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ କାର ଓ ଗଞ୍ଜେଇ ସହ ଜଣେ ପୋଲିସ ଯବାନ ଗିରଫ
Baudh Sadar, Boudh (Bauda) | Apr 7, 2024
ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ ରବିବାର ଦିନ ୧୦ଟା ସମୟରେ ଏକ କାର ଓ ଗଞ୍ଜେଇ ସହ ଜଣେ ପୋଲିସ ଯବାନ ଗିରଫ ହୋଇଛନ୍ତି। ବୌଦ୍ଧ ପୋଲିସ ଡିଭିଏଫ ଯବାନ ଡିଙ୍ଗର ମାଝୀ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରା ପଡିଛନ୍ତି। ବୌଦ୍ଧ ପୋଲିସ, ଅବକାରୀ ବିଭଗ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ମିଳିତ ଟିମ ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ କାର ଓ ଗଞ୍ଜେଇ ସହ ପୋଲିସ ଯବାନଙ୍କୁ ଧରିଥିଲେ।